ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ ଭିଆଇଛନ୍ତି । ପୋଲିସ ସୂଚନାଦାତା ଅଭିଯୋଗରେ ନକ୍ସଲମାନେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଥିବାର ଖବର ମିଳିଛି। ଦୁଇ ମୃତକ ହେଲେ ଛତିଶଗଡ଼ ସୁକୁମା ଜିଲ୍ଲା ଦୁଲେଡ୍ ଗାଁର ବାସିନ୍ଦା ସୋଡି ହୁଙ୍ଗା ଏବଂ ମାଡଭି ନନ୍ଦା। ନକ୍ସଲମାନଙ୍କ ପାମେଡ଼ କ୍ଷେତ୍ର କମିଟି ସୂଚନାଦାତାଙ୍କୁ ଅଭିଯୋଗ କରି ହତ୍ୟା ପାଇଁ ନିଜକୁ ଦାୟୀ କରିଛି।ଉଭୟ ଗ୍ରାମବାସୀଙ୍କୁ ପୋଲିସ ସୂଚନାଦାତା ବୋଲି ଆଗରୁ ନକ୍ସଲମାନେ ଘୋଷଣା କରିଥିଲେ ବି ଉଭୟେ ନକ୍ସଲମାନଙ୍କ କଥାକୁ ଖାତିର କରିନଥିଲେ।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..