ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଓ ବିଜାପୁର ଜିଲ୍ଲା ସୀମାବର୍ତ୍ତୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଏଥିରେ ୩୬ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଦନ୍ତେଓ୍ବାଡା ନାରାୟଣପୁର ଜିଲ୍ଲା ସୀମାରେ କମ୍ବିଂ ବେଳେ ଗୁଳି ବିନିମୟ ହୋଇଥିଲା। ସବୁ ଯବାନ ସୁରକ୍ଷିତ ଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ୩୬ ମାଓବାଦୀଙ୍କ ମୃତଦେହ ଜବତ କରିଥିଲେ। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ବନ୍ଧୁକ , ଗୋଳା ବାରୁଦ ଓ ମାଓ ସମାଗ୍ରୀ ଜବତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ।






More Stories
ପୁଣି ଲଘୁଚାପ ସମ୍ଭାବନା…..
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
୧୦ ଜିଲ୍ଲାରେ ହେବ ନିଯୁକ୍ତି……