ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲାରେ ନକ୍ସଲ ପନ୍ଥୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଜଣ ସିଆର୍ପିଏଫ୍ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବିଜାପୁର ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡା ଗାଁ ନିକଟରେ ହୋଇଛି ବିସ୍ଫୋରଣ ହୋଇଛି । ଆହତ ଜବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦୁଇ ଜବାନ ହେଉଛନ୍ତି ବାଲ କିଶନ ଓ ସୋନିଦୁଲ୍ ଇସଲାମ୍ । ରାସ୍ତା ନିର୍ମାଣ କାର୍ଯ୍ୟରେ ଜବାନ ମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ବେଳେ ବିସ୍ଫୋରଣ ହୋଇଛି । ଏନେଇ ସୁଚନା ଦେଲେ ବିଜାପୁର ଏସପି କୋମଳ ଲୋଚନ କାଶ୍ୟବ ।






More Stories
ରାଜ୍ୟରେ ଆଜିଠୁ ଏସ୍ଆଇଆର୍…..
ଚନ୍ଦ୍ରଶେଖରପୁରରେ ଯୁବକଙ୍କ ମୃତ୍ୟୁ: ଥାର୍ ଚଢାଇ ହତ୍ୟା!…..
ଖଣି ନିଲାମ ପ୍ରକ୍ରିୟା ଆରମ୍ଭ…..