ରିପୋର୍ଟ କାର୍ଡ / ମାଲକାନଗିରି
ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ମାଲକାନଗିରି ଥାନା ପୋଲିସ । ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କରିଥିଲା ଏବଂ ହତ୍ୟାକାଣ୍ଡ ଭିଆଇବା ମୃତଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇ ଘଣଟାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି ମାଲକାନଗିରି ପୋଲିସ ସୂଚନା ଦେଇଛି | ଅଭିଯୁକ୍ତ ପ୍ରେମିକ ଛତିଶଗଡ଼଼ ସିନ୍ଧିଗଡ଼଼ ଥାନା ପାଣ୍ଡୁମ ଗାଁର ହୋଇଥିବାବେଳେ ମୃତକ ଯୁବତୀ ଜଣକ ମର୍ତ୍ତୃଣ୍ଡା ଗାଁର ବୋଲି ତଦନ୍ତବେଳେ ପୋଲିସ ଜାରିବାକୁ ପାଇଛି। ଉଭୟେ ବର୍ଷେ ହେବ ପ୍ରେମ ସମ୍ପର୍କରେ ଥିଲେ। ଯୁବତୀ ଗର୍ଭବତୀ ହେବା ପରେ ତାଙ୍କୁ ଗର୍ଭପାତ ପାଇଁ ପ୍ରେମିକ କହିଥିଲେ। କିନ୍ତୁ ପ୍ରେମିକା ରାଜି ନ ହେବାରୁ ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ପ୍ରେମିକ ହତ୍ୟା କରିଥିଲା। ହତ୍ୟା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ପ୍ରେମିକାଙ୍କ ମୃତଦେହକୁ ଫିଙ୍ଗିଥିଲା ଏବଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବୋଲି ମାଲକାନଗିରି ଥାନା ପୋଲିସ ପ୍ରକାଶ କରିଛି।






More Stories
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..