Report Card Odisha

| Daily Odia News

ନନ୍ଦିଗ୍ରାମରେ ପ୍ରତିଶୋଧ ନେଲେ ମମତା,ବିଜେପି ମୂଳପୋଛ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ମ୍ୟୁନିସିପାଲଟି ନିର୍ବାଚନରେ ବିଜୟୀ ହୋଇଛି | ମୋଟ ୧୦୮ଟି ଆସନରୁ ଟିଏମସି ୧୦୨ଟିରେ ବିଜୟ ହାସଲ କରିଛି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ୭୭ ଆସନ ଜିତିଥିବା ବିଜେପି ଖାତା ଖୋଲି ପାରି ନାହିଁ। ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀ ନିଜର କାଣ୍ଠି ନଗର ପାଳିକାରେ ବିଜେପିକୁ ଜିତାଇ ପାରି ନାହାନ୍ତି। ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ଖସୁଥିବା ଦେଖିବାକୁ ମିଳିଛି। ୨୦୨୧ ନିର୍ବାଚନରେ ଦଳକୁ ୩୮ ପ୍ରତିଶତ ଭୋଟ୍ ମିଳିଥିଲା। ବାମ ଏବଂ କଂଗ୍ରେସ ୨୦୨୧ ବିଧାନସଭା ନିର୍ବାଚନ ତୂଳନାରେ କିଛିଟା ଭଲ ପ୍ରଦର୍ଶନ କରିଛନ୍ତି। ବିଜେପି ୨୦୧୬ରେ ମୁଖ୍ୟ ବିରୋଧୀ ଦଳ ଭାବେ ସାମ୍ନାକୁ ଆସିଥିଲା। କିନ୍ତୁ ନଗର ନିଗମ ନିର୍ବାଚନର ଫଳାଫଳ ଦର୍ଶାଉଛି ଯେ, ଦଳର ସ୍ଥିତି ଦୁର୍ବଳ ହେବାରେ ଲାଗିଛି ଏବଂ ବାମଦଳ ମଜବୁତ ହେଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ମ୍ୟୁନିସିପାଲଟି ନିର୍ବାଚନରେ ଦଳର ବିପୁଳ ବିଜୟ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ବିଜୟୀ ପ୍ରାର୍ଥୀ ଏବଂ ସମର୍ଥକଙ୍କୁ ବିନମ୍ରତାର ସହ କାମ କରିବାକୁ କହିଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି, ଆମକୁ ପୁଣି ଥରେ ବିପୁଳ ଜନାଦେଶ ଦେଇଥିବାରୁ ହୃଦୟରୁ ମା-ମାଟି-ମାନୁଷଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି।

Breaking News