ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସା ମାମଲାର ତଦନ୍ତ କରିବ ସିବିଆଇ | ଏନେଇ ଗୁରୁବାର କୋଲକାତା ହାଇକୋର୍ଟର ୫ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି | ହାଇକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ମମତା ସରକାରଙ୍କୁ ଏକ ବଡ ଝଟକା ଲାଗିଛି | ଏହା ବ୍ୟତୀତ ଏସଆଇଟି କୋର୍ଟର ତତ୍ତ୍ୱାବଧାନରେ ଅନ୍ୟାନ୍ୟ ମାମଲାର ତଦନ୍ତ କରିବ। ଏହା ସହିତ ହାଇକୋର୍ଟ ମଧ୍ୟ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ, ଜଷ୍ଟିସ ହରିଶ ଟଣ୍ଡନ, ଜଷ୍ଟିସ ଇନ୍ଦ୍ରପ୍ରସନ୍ନ ମୁଖାର୍ଜୀ, ଜଷ୍ଟିସ ସୋମେନ ସେନ ଏବଂ ଜଷ୍ଟିସ ସୁବ୍ରତ ତାଲୁକଦାରଙ୍କ ଏକ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ନିଷ୍ପତ୍ତିରେ କୁହାଯାଇଛି ଯେ ନିର୍ବାଚନ ପରେ ହିଂସା ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବ। ଅସ୍ୱାଭାବିକ ମୃତ୍ୟୁ, ହତ୍ୟା ଏବଂ ଦୁଷ୍କର୍ମ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅପରାଧର ସିବିଆଇ ଅନୁସନ୍ଧାନ କରିବ, କିନ୍ତୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ତିନିଜଣିଆ ଏସଆଇଟି ଗଠନ କରାଯାଇଛି। ତଦନ୍ତ କମିଟି ଏହାର ରିପୋର୍ଟ ହାଇକୋର୍ଟରେ ଦାଖଲ କରିବ। ଏହାକୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିମାନେ ତଦାରଖ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟରେ ଅନେକ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି। ଏହି ମାମଲାରେ ହୋଇଥିବା ଅଭିଯୋଗର ଯାଞ୍ଚ ପାଇଁ ପୂର୍ବରୁ ହାଇକୋର୍ଟ ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଏକ ଟିମ ଗଠନ କରି ତଦନ୍ତ କରିବାକୁ ଜୁନ୍ ୧୮ ରେ ନିର୍ଦ୍ଦେଶ ଦେଇଥିଲେ । ଆୟୋଗ ୧୩ ଜୁଲାଇରେ ଏହାର ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟରେ ରାଜ୍ୟ ସରକାର, ପୁଲିସ ଏବଂ ପ୍ରଶାସନକୁ ତୀବ୍ର ସମାଲୋଚନା କରାଯାଇଥିଲା । ଏହାର ଜବାବରେ ସରକାର ଏହି ରିପୋର୍ଟକୁ ମିଥ୍ୟା ବୋଲି କହିଥିଲେ । ଜାତୀୟ ମାନବ ଅଧିକାର ଆୟୋଗ (NHRC) ଦ୍ୱାରା ଗଠିତ ଏକ କମିଟି ରାଜନୈତିକ ହିଂସା ମାମଲାର ତଦନ୍ତ ସିବିଆଇ କରିବାକୁ ସୁପାରିଶ କରିଥିଲେ | ଆଉ କୋର୍ଟ ଏବେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି |
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……