ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ଏତେ ଶୀଘ୍ର ତାଲିବାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଯିବ ବୋଲି କେହି କଳ୍ପନା କରିନଥିଲେ | ଅନ୍ତତଃ ରାଜଧାନୀ କାବୁଲରେ ପ୍ରବଳ ଲଢେଇ ଭିତରେ କ୍ଷମତା ଦାଖଲ ପାଇଁ ତାଲିବାନ ୯୦ ଦିନ ଲାଗିଯିବ ବୋଲି ଆକଳନ କରିଥିଲା | ତେବେ ସମସ୍ତଙ୍କୁ ବିସ୍ମିତ କରି ତାଲିବାନ ମାତ୍ର କିଛି ଘଣ୍ଟା ମଧ୍ୟରେ କାବୁଲ ଦଖଲ କରିନେଲା | ଆଫଗାନ ସେନାରେ ପ୍ରାୟ ୩ ଲକ୍ଷ ସୈନିକ ଅଛନ୍ତି ଓ ସେମାନଙ୍କ ପାଖରେ ବିପୁଳ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କରିଥିବା ନେଇ ଯାହା କୁହାଯାଉଥିଲା ତାହା କେବଳ କାଗଜପତ୍ରରେ ସୀମିତ ଥିଲା ବୋଲି ଜଣାପଡିଛି | ଆମେରିକା, ବ୍ରିଟେନ ଓ ନୋଟ ସେନା କେବଳ ନିଜ ଶକ୍ତି ବଳରେ କାବୁଲ ସୁରକ୍ଷା ଦେଉଥିଲେ ଏବଂ ଆଫଗାନ ସେନାର ନିଜସ୍ୱ ଶକ୍ତି ଓ ସମ୍ବଳ ଅତ୍ୟନ୍ତ ଦୁର୍ବଳ ରହିଥିଲା | ତାଲିବାନ ମାତ୍ର ୬ ସପ୍ତାହ ଭିତରେ ଆଫଗାନିସ୍ତାନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ଦଖଲ କରିବା ପରେ ଶନିବାର ରାତିରେ କାବୁଲରେ ପହଁଚିଲା ଏବଂ ରକ୍ତପାତ ଏଡ଼ାଇବା ପାଇଁ ସେନା ଳୁରାନ୍ଟ ଆତ୍ମସମର୍ପଣ କରିଥିଲା | ରାଷ୍ଟ୍ରପତି ଅସରଫ ଘେନି ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବା ସହ ରାତାରାତି ଦେଶଚାଡ଼ି ପଳାଇଯାଇଥିଲେ |
Discussion about this post