ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ଘଟିଥିବା ଲୋମହର୍ଷଣକାରୀ ଗଣହତ୍ୟା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ବ୍ୟକ୍ତି ନିଜ ପିତାମାତା, ପତ୍ନୀ ଓ ପିଲାଙ୍କ ସମେତ ପରିବାରର ୮ ଜଣ ସଦସ୍ୟଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆଦିବାସୀ-ଅଧ୍ୟୁଷିତ ମହୁଲଝିର ଥାନା ଅଧୀନ ବୋଡାଲ କଚର ଗ୍ରାମରେ ଏହି ଘଟଣା ଘଟିଛି।ରାତି ୨ଟାରୁ ୩ଟା ମଧ୍ୟରେ ଏହି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି। ମହୁଲଝିର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଗାଁକୁ ସିଲ୍ କରିଛି। ଅଧିକ ତଦନ୍ତ ପାଇଁ ଛିନ୍ଦୱାଡ଼ାର ପୋଲିସ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣାପଡ଼ିଛି। ଏସ୍ପି ମନିଷ ଖତ୍ରୀଙ୍କ ନେତୃତ୍ବରେ ପୋଲିସ ଘଟଣାସ୍ଥଳରୁ ଏକ କୁରାଢ଼ୀ ଜବତ କରିଛି। ଯୁବକ ଜଣକ ଅଳ୍ପଦିନ ତଳେ ବିବାହ କରିଥିଲେ। ପରିବାରର ଜଣେ ଶିଶୁ ପଳାଇଯାଇ ଆକ୍ରମଣରୁ ବର୍ତ୍ତିବା ସହ ପୋଲିସ କୁ ଖବର ଦେଇଥିଲା। ପୋଲିସ ପହଞ୍ଚି ମୃତ ଦେହଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡିଛି |






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……