ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାକିରି ଦେବା ଆଳଦେଖାଇ ମହିଳାଙ୍କୁ ବଳାତ୍କାର ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦିଲ୍ଲୀର ଦ୍ବାରକାସ୍ଥିତ ଏକ ହୋଟେଲରେ। ଜଣେ ବ୍ୟକ୍ତି ୨୮ ବର୍ଷିୟା ମହିଳାଙ୍କୁ ଚାକିରି ଦେବା ବାହାନରେ ହୋଟେଲକୁ ନେଇ ନିର୍ଯାତନା ଦେବା ସହ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପରେ ସେ ମହିଳାଙ୍କୁ ରୁମ୍ ଭିତରେ ଚାବି ଦେଇ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅଙ୍ଗିତ ଶେହରାଓ୍ବତ। ଏହି ଘଟଣା ଶନିବାର ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ଜଣଙ୍କୁ ହୋଟେଲ କାଚ ଭାଙ୍ଗି ଜବତ କରିଥିବା ସୂଚନା ମିଳିଛି । ତେବେ ମହିଳା ଜଣଙ୍କ ରୁମ ବାଲକୋନିରେ ଚିତ୍କାର କରିଥିଲେ ମଧ୍ୟ ହୋଟେଲ ମାଲିକ ଏହାକୁ ବେଖାତିର କରିବା ସହ ଅଭିଯୁକ୍ତଙ୍କୁ ଖସିପଳାଇ ଯିବାକୁ ସାହାଯ୍ୟ କରିଥିବାରୁ ହୋଟେଲ ମାଲିକଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..