ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ରାଜରାସ୍ତାରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଜଣେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଛୁରା ଭୁସି ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ | ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସାଉଥ୍ ଦିଲ୍ଲୀର ମାଲବ୍ୟନଗର ବଜାରରେ ଏହି ଘଟଣା ଘଟଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଛାତ୍ର ଜଣଙ୍କ ହେଲେ ୨୫ବର୍ଷୀୟ ମୟଙ୍କ। ମୟଙ୍କ ଓ ତାଙ୍କର ଜଣେ ବନ୍ଧୁ ବଜାରରେ ଥିବା ବେଳେ ୪-୫ ଜଣ ସେମାନଙ୍କ ପାଖକୁ ଛୁରା ଧରି ଆସିଥିଲେ। ଦୁର୍ବୃତ୍ତ ଏବଂ ମୟଙ୍କଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ମୟଙ୍କ ସେଠାରୁ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ମୟଙ୍କଙ୍କୁ କାବୁ କରି ଛୁରିରେ ଆକ୍ରମଣ କରିଥିଲେ। ଏହି ସମୟରେ ସେହି ବାଟ ଦେଇ ବହୁ ଗାଡ଼ି ଯା’ଆସ କରୁଥିଲା। ହେଲେ ମୟଙ୍କଙ୍କୁ କେହି ବଞ୍ଚାଇବାକୁ ଆସି ନଥିଲେ। ଏହି ଘଟଣା ପରେ କିଛି ସ୍ଥାନୀୟ ଯାତ୍ରୀଙ୍କ ସହାୟତାରେ ମୟଙ୍କଙ୍କ ସାଙ୍ଗ ତାଙ୍କୁ ଏମ୍ସ ନେଇଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ହତ୍ୟାମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅପରାଧୀଙ୍କ ସନ୍ଧାନ କରୁଛି।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..