ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜେରା ଜାରିରହିଛି । କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଜେରା ନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ ଶର୍ମିଷ୍ଠା। ତଦନ୍ତ ସମୟରେ ଭୁବନେଶ୍ୱର ଛାଡି ପଳାଇଥିଲେ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ। ପୋଲିସକୁ ଚକମା ଦେବାକୁ ନିଜ ମୋବାଇଲ ସିମ୍ କାର୍ଡ ମଧ୍ୟ ବଦଳାଉଥିଲେ। ପୋଲିସ ଗିରଫ ଭୟରେ ନିଜ ମୋବାଇଲକୁ ଭୁବନେଶ୍ୱରସ୍ଥିତ ଫ୍ଲାଟରେ ଛାଡି ଦେଇଥିଲେ ଶର୍ମିଷ୍ଠା। ସମ୍ପର୍କୀୟଙ୍କ ସହ କଥା ହେବାକୁ ନୂଆ ସିମ୍ କିଣିଥିଲେ। ଆଗରପଡାରୁ ଗୋଟିଏ ନୂଆ ସିମ୍ ଏବଂ କୋଲକାତାରୁ ଦୁଇଟି ନୂଆ ସିମ୍ କିଣିଥିଲେ ଶର୍ମିଷ୍ଠା। ୭ ମାର୍ଚ୍ଚରେ ଶର୍ମିଷ୍ଠା ଯାଜପୁର କାଳିଆପାଣିସ୍ଥିତ ନିଜ ଶାଶୁଙ୍କ ଘରକୁ ଯାଇଥିଲେ । ସେଠାରେ ସେ ୩ ଦିନ ରହିଥିଲେ ବୋଲି ଜେରା ବେଳେ କ୍ରାଇମ୍ବ୍ରାଞ୍ଜ ଜାଣିବାକୁ ପାଇଛି ।






More Stories
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ…..