Report Card Odisha

| Daily Odia News

ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ଼……

ରିପୋର୍ଟ କାର୍ଡ / ଭୁବନେଶ୍ବର

ବହୁଚର୍ଚ୍ଚିତ କ୍ୟାମେରାମାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ଭୁବନେଶ୍ବର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍‌ ସହ ଫରେନସିକ୍‌ ଅଧିକାରୀ ପହଞ୍ଚି ହତ୍ୟା ଘଟଣାର ତନାଘନା କରୁଛି । ଆଶ୍ରମର ମହିଳା କେୟାର ଟେକରଙ୍କୁ ପଚରାଉଚରା କରୁଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ । ଅନ୍ୟପଟେ ଘଟଣାସ୍ଥଳରେ ଏମସର ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି । ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଟିମ୍‌ ଗଠନ ହୋଇଛି। ୯ ଜଣ ସଦସ୍ୟଙ୍କୁ ନେଇ ୨ଟି ଦଳ ଗଠନ କରାଯାଇଥିବା ସୂଚନା ମିଳିଛି । ୫ ଜଣିଆ ଦଳ ହତ୍ୟା ମାମଲାର ତଦନ୍ତ କରିବ। ଅନ୍ୟ ୪ ଜଣିଆ ଦଳ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସହାୟତା କରିବ। ଘଟଣାଟି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଥିବାରୁ, ଗୋଟିଏ ଦଳ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକ ଯାଇ ତଦନ୍ତ କରିବ। ଅନ୍ୟ ତଦନ୍ତକାରୀ ଦଳ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବା ନେଇ ମୁତୟନ ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ପୂର୍ବରୁ ସୂଚନା ଦେଇଥିଲେ ।

 

Breaking News