Report Card Odisha

| Daily Odia News

ଆଜି ପୁଣି ସମ୍ନାସାମ୍ନି ଜେରା ହେବେ ଶର୍ମିଷ୍ଠା,ଝୁନା…..

ରିପୋର୍ଟ କାର୍ଡ / କଟକ

ମାନସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ସତ ଓଗାଳିଛି | ଆଉ ଏବେ ପୁଣି ଥରେ ଶର୍ମିଷ୍ଠା ଏବଂ ଝୁନାକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଚାନ୍ଦବାଲି JMFC କୋର୍ଟ ଅନୁମତି ଦେଇଛନ୍ତି ।ଆଜି ପୁଣି ସମ୍ନାସାମ୍ନି ଜେରା ହେବେ ଶର୍ମିଷ୍ଠା,ଝୁନା. | ଏହି ସମୟରେ ଅନେକ ରହସ୍ୟ ଉପରୁ ପରଦା ହଟିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଆଶା କରାଯାଉଛି । ସୂଚନା ଅନୁସାରେ- ମାନସ ହତ୍ୟା ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ୫ଦିନିଆ ରିମାଣ୍ଡ ଅବଧି ସରିବା ପରେ ରବିବାର ଦିନ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ୪ ଅଭିଯୁକ୍ତ ନିରଞ୍ଜନ, ରଞ୍ଜନ, ଶର୍ମିଷ୍ଟା ଏବଂ ଝୁନାଙ୍କୁ ହାଜର କରାଯାଇଥିଲା । ତଦନ୍ତ ସରିନାହିଁ ବୋଲି ଯୁକ୍ତି ରଖି ୪ଜଣଙ୍କୁ ପୁଣି ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ କ୍ରାଇମବ୍ରାଞ୍ଚ ଓକିଲ । ତେବେ ଶର୍ମିଷ୍ଠା ଏବଂ ଝୁନାକୁ ରିମାଣ୍ଡ ନେବା ଲାଗି ଅନୁମତି ମିଳିଥିବା ବେଳେ ରଞ୍ଜନ ଓ ନିରଞ୍ଜନଙ୍କୁ ରିମାଣ୍ଡରେ ନେବା ଲାଗି ଅନୁମତି ମିଳିନି । ଶର୍ମିଷ୍ଠା ଓ ଝୁନାକୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।ଏହାସହିତ ଆସନ୍ତା ୭ତାରିଖ ଦିନ ଗୋଟାଏ ସୁଦ୍ଧା ଶର୍ମିଷ୍ଠା ଏବଂ ଝୁନାକୁ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Breaking News