ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁରରେ ଲାଗିଥିବା ନିଆଁ ଏବେ ପଡ଼ୋଶୀ ରାଜ୍ୟ ମେଘାଳୟକୁ ବ୍ୟାପିଲାଣି। ମେଘାଳୟରେ ରହି ପାଠ ପଢ଼ୁଥିବା ମଣିପୁରର କୁକୀ ଓ ମୈତୈ ସମ୍ପ୍ରଦାୟ ଛାତ୍ରଙ୍କ ଭୟଙ୍କର ସଂଘର୍ଷ ଘଟିଥିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ମେଘାଳୟ ରାଜଧାନୀ ଶିଲଂର ମିଜୋ ମଡର୍ଣ୍ଣ ସ୍କୁଲ ନିକଟ ରାସ୍ତା ରଣକ୍ଷେତ୍ର ପାଲଟିଥିଲା। ଉଭୟ ସମ୍ପ୍ରଦାୟ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିବା ବେଳେ ପରେ ଉଭୟ ପକ୍ଷ ପରସ୍ପରଙ୍କୁ ଆକ୍ରମଣ କରିଥିଲେ | ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାସ୍ଥଳରୁ ୧୬ ଜଣଙ୍କୁ ଗିରଫ କରିଛି। ଏଥିସହ ଉତ୍ତେଜନା ସୃଷ୍ଟି କଲେ ଉଠାଇ ନିଆଯିବ ବୋଲି ଚେତାବନୀ ଦିଆଯିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ସଂଘର୍ଷରେ ୨ ଜଣ ଆହତ ହୋଇଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..