ରିପୋର୍ଟ କାର୍ଡ / ଭୁବନେଶ୍ୱର
ମନିଷ ଅନୁରାଗ ଦାସଙ୍କ ମୃତ୍ୟୁ ମାମଲାରେ ସତ ଓଗାଳିବା ପାଇଁ ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ ପୋଲିସ । ୪ ଦିନ ରିମାଣ୍ଡରେ ନେଇ ପଚରାଉଚରା କରାଯିବ । ପୋଲିସ ୫ ଦିନ ରିମାଣ୍ଡ ଆବେଦନ କରିଥିଲା । ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ହାସଲ କରିବ ପୋଲିସ । ଅଭିଯୁକ୍ତଙ୍କୁ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇପାରେ । ୩ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ ପୋଲିସ । ହୋଟେଲରେ ବିଲ୍ ପେମେଣ୍ଟକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ହାତାହାତିରୁ ମନିଷଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
Discussion about this post