ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣିକୁ ସେପ୍ଟେମ୍ବର ୪ ତାରିଖକୁ ସ୍ଥଗିତ ରଖିଛନ୍ତି। ସିବିଆଇ ଓ ଇଡି ଦ୍ୱାରା ଦିଲ୍ଲୀ ଅବକାରୀ ସମ୍ବନ୍ଧୀୟ ୨ଟି ମାମଲାର ତଦନ୍ତ କରାଯାଉଛି। ଶ୍ରୀ ସିଶୋଦିଆ ତାଙ୍କ ତ୍ନୀଙ୍କର ସ୍ୱାସ୍ଥ୍ୟାବସ୍ଥାକୁ କାରଣ ଭାବେ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍. ଭଟ୍ଟୀଙ୍କ ଖଣ୍ଡପୀଠ କହିଛନ୍ତି ସୁପ୍ରିମକୋର୍ଟ ଶ୍ରୀ ସିଶୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ତାଙ୍କ ନିୟମିତ ଜାମିନ ଆବେଦନ ସହ ବିବେଚନା କରିବେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….