ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୯୯୧ ମସିହା ତୁଳନାରେ ବର୍ତ୍ତମାନର ଅର୍ଥନୀତି ସ୍ଥିତି ଜଟିଳ ରହିଛି | ଆଗକୁ ଅର୍ଥନୀତି ପାଇଁ ପରିସ୍ଥିତି ଅଧିକ କଠିନ ରହିବ | ଏକଥା କହିଛନ୍ତି ଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ୧୯୯୧ ଆର୍ଥିକ ସଂସ୍କାରର ପ୍ରଣେତା ଡକ୍ଟର ମନମୋହନ ସିଂ | ଏଥି ପାଇଁ ସବୁଭାରତୀୟ ଙ୍କୁ ମର୍ଯ୍ୟାଦାଜନକ ଜୀବନ ବନସଚିବାର ସୁଯୋଗ ଦେବା ପାଇଁ ସରକାରଙ୍କୁ ତାବକ ଆଗ୍ରାଧିକାରଗୁଡିକୁ ପୁନଃବ୍ୟବସ୍ଥିତି କରିବାକୁ ହେବ ବୋଲି ମନମୋହନ କହିଛନ୍ତି | ଦେଶରେ ଆର୍ଥିକ ଉଦାରୀକରଣର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମନମୋହନ କହିଛନ୍ତି କରୋନା ମହାମାରୀଙ୍କୁ ନେଇ ସେ ଗଭୀର ଭାବରେ ଚିନ୍ତିତ ଅଛନ୍ତି | ମହାମାରୀ ଦ୍ୱାରା ଲକ୍ଷାଧିକ ଭାରତୀୟଙ୍କ ଜୀବନ ଓ ଜୀବିକା ଯାଇଛି | ତେବେ ୧୯୯୧ ମସିହାରେ ସେ ଅର୍ଥମନ୍ତ୍ରୀ ଥିବା ସମୟର କଥା ମାନେ ପକାଇଛନ୍ତି | ମନମୋହନ କହୁଛନ୍ତି ସେହିବର୍ଷର ଆର୍ଥିକ ବଜେଟ ଉପସ୍ଥାପନ ବେଳେ ଶେଷରେ ଭିକ୍ଟଜେ ହ୍ୟୁଗୋଙ୍କ ଏକ ଉକ୍ତିକୁ ଉଦ୍ଧାର କରିଥିଲେ | ସେ କହିଥିଲେ ଯେଉଁ ଚିନ୍ତାଧାରାର ସମୟ ଆସିଯାଇଛି ଲେହେକଂ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବନାହିଁ | ଏଥିସହିତ ଉଦାରୀକରଣର ୩୦ ବର୍ଷ ପରେ ମଧ୍ୟ ଆମକୁ ରବର୍ଟ ଫ୍ରଷ୍ଟଙ୍କ ସଂଗୀତ-ବଟ ଆଇ ହାଭ ପ୍ରୋମିଜେସ ଟୁ କିପ, ଆଣ୍ଡ ମାଇକ୍ସ ଟୁ ଗୋ ଫୋର ଆଇ ସ୍ଲପି କୁ ମାନେ ପକାଇବାକୁ ହେବ | ବର୍ତ୍ତମାନର ସମୟ ଆନନ୍ଦିତ ହେବାର ନୁହେ ବରଂ ଆତ୍ମନିରୀକ୍ଷଣ | ତେଣୁ ଆଗକୁ ରାସ୍ତା ଆହୁରି କଠିନ ବୋଲି ମନମୋହନ କହିଛନ୍ତି | ୩୦ବର୍ଷ ପୂର୍ବେ ୧୯୯୧ ମସିହାର ଆଜିର ଦିନରେ କଂଗ୍ରେସ ଦଳ ଭାରତୀୟ ଅର୍ଥନୀତିରେ ଅନେକ ସଂସ୍କାର ଆଣିଥିଲା ଏବଂ ଦେଶର ଅର୍ଥନୀତି ପାଇଁ ଏହା ନୂଆ ରାସ୍ତା ପ୍ତସ୍ତୁତ କରିଥିଲା | ଭାରତୀୟ ଅର୍ଥନୀତିକୁ ଲକ୍ଷ କୋଟି ଡଲାରରେ ପହଞ୍ଚି ବିଶ୍ୱର ବୃହତ ଅର୍ଥନୀତି କ୍ଲବରେ ସାମିଲ କରିବା ପାଇଁ ଗତ ୩ ଦଶନ୍ଧି ଧରି କ୍ଷମତାରେ ରହି ଆସିଥିବା ସରକାରମାନେ ଏହି ପଥକୁ ଅନୁସରଣ କରି ଆସିଛନ୍ତି | ସହି ସମୟ ମଧ୍ୟରେ ଦେଶରେ ୩୦କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ପରିସର ବାହାରକୁ ଅଣାଯାଇଛି | ମଶୀଭଳି ଅନେକ ଲକ୍ଷ ଯୁବକଙ୍କୁ ନୂଆ ନିଯୁକ୍ତି ମିଳିପାରିଛି | ବିଶ୍ୱର ଶ୍ରେଣୀର କମ୍ପାନୀ ସ୍ଥାପନ ହୋଇପାରିଛି ଏବଂ ଏଥି ଯୋଗୁ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ଶକ୍ତିରେ ପରିଣତ ହୋଇପାରିଛି | ୧୯୯୧ ମସିହାରେ ଆର୍ଥିକ ସଂସ୍କାର ଏକ ସଙ୍କଟରୁ ଆରମ୍ଭ ହୋଇଥିଲା | କିନ୍ତୁ ସେହି ସଂସ୍କାର କେବଳ ସଙ୍କଟ ପରିଚାଳନାରେ ସୀମିତ ନଥିଲା | ଲୋକଙ୍କ ଆଗକୁ ବଢିବାର ଅଭିଳାଷ ଉପରେ ଅର୍ଥନୈତିକ ସଂସ୍କାର ଢାଞ୍ଚା ପ୍ରସ୍ତୁତ ହୋଇଥିଲା | କଂଗ୍ରେସ ଦଳରେ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ସଂସ୍କାର ପ୍ରକ୍ରିୟାରେ ସାମିଲ ହୋଇପାରିଥିରେବରୁ ସେ ନିଜକୁ ଏଥିପାଇଁ ଭାଗ୍ୟବାନ ମନେ କରିଛନ୍ତି | ଗତ ତିନି ଦଶନ୍ଧି ମଧ୍ୟରେ ଦେଶ ହାସଲ କରିଥିବା ବିଶାଳ ଅର୍ଥନୈତିକ ପ୍ରଗତି ଆମକୁ ଅପାର ଆନନ୍ଦ ଦେଇଛି | କିନ୍ତୁ କୋଭିଡି-୧୯ ମହାମାରୀ ଦ୍ୱାରା ଅର୍ଥନୀତି ପ୍ରଗତି ଯେଉଁ କ୍ଷତି ଘଟିଛି ଏବଂ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇବାରୁ ତାହା ତାଙ୍କୁ ଗଭୀର ଭାବେ ଦୁଃଖିତ ବୋଲି ସେ କହିଛନ୍ତି | ଅର୍ଥନୈତିକ ପ୍ରଗତି ସହ ତାଳ ଦେଇ ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ର ଆଗକୁ ବାଡିପାରି ନାହିଁ | ଅନେକ ଜୀବନ ଓ ଜୀବିକା ଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହିତ ଏହା ହେବାର ନଥିଲା ବୋଲି ମତ ଦେଇଛନ୍ତି |
Discussion about this post