ରିପୋର୍ଟ କାର୍ଡ / ଭୁବନେଶ୍ୱର
ସେପ୍ଟେମ୍ବରରେ ବସିବ ବିଧାନସଭା ମୌସୁମୀ ଆଧିବେଶନ । ଏହାର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଡବଲ ଡୋଜ ଟିକା ନେଇ ନଥିଲେ ବିଧାନସଭା ଅଧିବେଶନ ମନା ବୋଲି କହିଛନ୍ତି ବାଚସ୍ପତି । ଯେଉଁ ବିଧାୟକ, ମନ୍ତ୍ରୀ ଡବଲ ଡୋଜ ଟିକା ନେଇ ନଥିବେ ସେମାନେ ଅଧିବେଶନକୁ ଆସିପାରିବେ ନାହିଁ । ଏହାଛାଡ଼ା ଯେଉଁ ବିିଧାୟକ ମାନଙ୍କୁ ତିନିମାସ ଭିତରେ କୋରନା ହୋଇଥିବ ସେମାନଙ୍କ ଦେହରେ ଆଣ୍ଟିବଡି ଥିବାରୁ ସେମାନଙ୍କ ପାଇଁ ଏହି ନିୟମ କୋହଳ କରାଯିବ । ସେହିପରି କର୍ମଚାରୀଙ୍କ ଲାଗି ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..