ରିପୋର୍ଟ କାର୍ଡ / ମାଲକାନଗିରି
ଛତିଶଗଡ଼ର ସୁକମା ଜିଲ୍ଲା ସୀମାନ୍ତ ମାଲକାନଗିରିରେ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ପୋଟାପଡ଼ା ଗାଁରେ ଘଟିଛି। ମୃତ ବୃଦ୍ଧଙ୍କୁ ସେହି ଗାଁର କାଲୁମୁ ହିଡମା ଭାବରେ ଚିହ୍ନଟ କରାଯାଇଛି। ସେ ପୂର୍ବତନ ବିଧାୟକ ମନୀଷ କୁଞ୍ଜାମଙ୍କ ଶ୍ୱଶୁରଙ୍କ ସାନ ଭାଇ। ପୋଲିସ ସହିତ ତାଙ୍କର ସମ୍ପର୍କ ରହିଥିବା ସନ୍ଦେହ କରି, ମାଓବାଦୀମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଖବର ପାଇ ପୋଲିସ ପକ୍ଷରୁ ମାଓବାଦୀଙ୍କ ସନ୍ଧାନରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଛତିଶଗଡ଼ର ବଡଗିଚେରେ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲେ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….