ରିପୋର୍ଟ କାର୍ଡ / ଛତିଶ
ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣରେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍ଙ୍କର ଫଟୋ ସାମ୍ନାକୁ ଆସିଛି। ନିଖୋଜ ଥିବା ଯବାନ ରାକେଶ୍ଵର ମାନହାସଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଏବେ ସ୍ପଷ୍ଟ ହୋଇଛି। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛନ୍ତି। ତାଙ୍କୁ ତାଳପତ୍ର ଦ୍ବାରା ଘୋଡ଼ାଯାଇଥିବା ଏକ କୁଡ଼ିଆରେ ରଖାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାକେଶ୍ଵରଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସିଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଫଟୋ ଜାରି ହେବା ପୂର୍ବରୁ ବିଜାପୁରର ଜଣେ ସମ୍ବାଦିକ ଦାବି କରିଥିଲେ ଯେ, ତାଙ୍କ ନିକଟକୁ ମାଓବାଦୀଙ୍କ ପାଖରୁ ଦୁଇ ଥର ଫୋନ୍ କଲ୍ ଆସିଥିଲା । ମାଓବାଦୀମାନେ କହିଥିଲେ ଯେ, ଯବାନ ଜଣକ ଆହତ ହୋଇଛନ୍ତି। ତାଙ୍କ ଶରୀରରେ ଗୁଳି ବାଜିଛି। ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କୁ ଦୁଇଦିନ ମଧ୍ୟରେ ମୁକ୍ତ କରିଦିଆଯିବ ବୋଲି ମାଓବାଦୀମାନେ କହିଥିବା ସାମ୍ବାଦିକ ଜଣକ କହିଛନ୍ତି।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..