ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ କରିଛି କଷ୍ଟମ ବିଭାଗ। ତେବେ ଆଗକୁ ନୂଆବର୍ଷ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏତେ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ତେବେ ଗଞ୍ଜେଇ ଜବତ ହୋଇଥିବା ଯାତ୍ରୀଙ୍କୁ ଅଟକ ରଖାଯାଇଛି । ତେବେ ଯାତ୍ରୀଜଣକ ଭୁବନେଶ୍ବରରୁ ଓହ୍ଲାଇବା ପରେ କୁଆଡେ ଯାଇଥାନ୍ତେ ଏବଂ ଏତେ ଟଙ୍କାର ଗଞ୍ଜେଇ ଡିଲ ପଛରେ କାହାର ହାତ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି କଷ୍ଟମ ବିଭାଗ । ତେବେ ଯାତ୍ରୀଜଣକ କେଉଁ ଠାରୁ ଆସୁଥିଲେ ତାହା ଜଣାପଡିନଥିବା ବେଳେ ବ୍ୟାଙ୍କକକରୁ ଆସୁଥିବା ଚର୍ଚ୍ଚା ହେଉଛି |






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..