ରିପୋର୍ଟ କାର୍ଡ / ଗଞ୍ଜାମ
ପାଦରୁ ଅଳତା ଲିଭିନି ଲିଭିଗଲା ଜୀବନ ଦୀପ | ଚତୁର୍ଥୀ ଦିନରେ ନବ ଦମ୍ପତି ହାତ ଧାରା ଧରି ହୋଇ ଚାଲିଗଲେ | ଦୁର୍ଘଟଣାରେ ନବଦମ୍ପତିଙ୍କ ମୃତ୍ୟୁ ଘଟଣା ଆଶ୍ଚର୍ଯ୍ୟ କରିଛି | ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ । ବ୍ରହ୍ମପୁର ଅଞ୍ଚଳର ସି.ଏଚ.ପ୍ରବଣିକା ଓ ତାଙ୍କ ସ୍ବାମୀ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ ଅଞ୍ଚଳର ଜି.ବେଣୁ ବିବାହକରିଥିଲେ | ଚାରି ଦିନ ଅର୍ଥାତ ସୋମବାର ପରମ୍ପରା ଅନୁସାରେ ବାପ ଘରକୁ ବୁଲି ଆସୁଥିବା ବେଳେ ଗୋଳନ୍ଥରା ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗତ ୧୦ ତାରିଖରେ ବ୍ରହ୍ମପୁର ଅଞ୍ଚଳର ସି.ଏଚ.ପ୍ରବଣିକାଙ୍କ ସହ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ ଅଞ୍ଚଳର ଜି.ବେଣୁଙ୍କ ବିବାହ ହୋଇଥିଲା। ବିବାହର ଚତୁର୍ଥ ଦିନ ଝିଅ ଓ ଜ୍ୱାଇଁ ବାଇକ୍ ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ସନ୍ଧ୍ୟାରେ ଗୋଳନ୍ଥରା ଥାନା ସମ୍ମୁଖରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଉଭୟ ରାସ୍ତା କଡ଼ରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଗୋଳନ୍ଥରା ପୋଲିସ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲା।ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..