ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପୁଣି ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରୁଛି । ଦିଲ୍ଲୀର କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଗତିକରୁଛି | ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ ପକ୍ଷରୁ କରୋନା ମାର୍ଗଦର୍ଶିକା କଡ଼ାକଡ଼ି କରିଛନ୍ତି। କାର୍ରେ ଏକା ଥିଲେ ମଧ୍ୟ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ମାସ୍କ୍ପି ନ୍ଧିଥିବା ଲୋକ ଲୋକ ଏବଂ ତାଙ୍କ ଚତୁଷ୍ପାର୍ଶ୍ୱରେ ଥିବା ଲୋକମାନଙ୍କ ପାଇଁ ‘ମାସ୍କ୍’ ସୁରକ୍ଷା କବଚ ବୋଲି ଅଦାଲତ କହିଛନ୍ତି। ଏକାକୀ କାର୍ ଚଳାଉଥିବା ବେଳେ ‘ମାସ୍କ୍’ ନ ପିନ୍ଧିଥିବାରୁ ଜରିମାନା ଆଦାୟ ହେବା ମାମଲାର ବିଚାର କରି ବିଚାରପତି ପ୍ରତିଭା ଏମ୍. ସିଂହ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରି ସାରିଛନ୍ତି। ୭ ଘଣ୍ଟିଆ କର୍ଫ୍ୟୁ ରାତ୍ରେ ୧୦ରୁ ଭୋର୍ ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଛି ।






More Stories
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..