Report Card Odisha

| Daily Odia News

ରାତି କ୍ଳବ ଓ ପାର୍ଟି ଉପରେ ନଜର:ଡିଏମ୍ଇଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଗତକାଲି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତି ସମୀକ୍ଷା କରିଥିଲେ | କରୋନା ସଂକ୍ରମଣ ରୁକିବା ପାଇଁ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ମାନିବାକୁ ପଡିବ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଛତିଶଗଡ଼ ସୀମାନ୍ତ ଜିଲ୍ଲାର ଲୋକମାନେ ଯାତାୟାତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ୁଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ବହୁ ପ୍ରଭାବିତ ରାଜ୍ୟରୁ ଲୋକମାନେ ରାଜଧାନୀକୁ ଆସୁଥିବାରୁ ସଂଖ୍ୟା ବଢ଼ୁଛି । ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍କ୍ରିନିଂ କରିବା ଦ୍ୱାରା ଏହା ଜଣାପଡୁଛି। ଗତଥର କୋଭିଡ ସମୟରେ ଯେଉଁ ପ୍ରସ୍ତୁତି ଥିଲା ତାକୁ ଆଧାର କରି ଆଗକୁ ବଢିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଡିଏମ୍ଇଟି । ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି । ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ ରାତିରେ କ୍ଳବ ଓ ପାର୍ଟି ରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି। କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି । ଆଇସିୟୁ, ବେଡ଼, ଭେଣ୍ଟିଲେଟର ବିଶେଷ ଆବଶ୍ୟକତା ରହୁନି ବୋଲି ଡିଏମ୍ଇଟି କହିଛନ୍ତି ।

Breaking News