ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର କ୍ୱେଟାରେ ଏକ ସେନା ଘାଟି ଉପରେ ବିସ୍ଫୋରଣ ହୋଇଛି । ପୂର୍ବ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ କାର୍ଯ୍ୟାଳୟ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ହେବାପରେ ଗୁଳିଚାଳନା ହୋଇଥିଲା । ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚିତ ମଡେଲ୍ ଟାଉନ୍ ଏବଂ ଆଖାପାଖ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୧୯ଜଣ ଆହତ ହୋଇଛନ୍ତି । ଏହି ଘଟଣା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଛି । ବିସ୍ଫୋରଣ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….