Report Card Odisha

| Daily Odia News

ଆସନ୍ତା କାଲିଠାରୁ ସ୍କୁଲରେ ହେବ ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା କାଲିଠାରୁ ରାଜ୍ୟର ୩୦୯୩ କେନ୍ଦ୍ରରେ ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା ହେବ । ରାଜ୍ୟରେ ପ୍ରାୟ ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ ଓଏମଆର ସିଟରେ ପରୀକ୍ଷା ଦେବେ । ୩୧୧ ନୋଡାଲ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାସରିଛି । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କାଲିଠାରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଚାଲିବ । ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ । କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରିଛି ବୋର୍ଡ । ୬୨ଟି ଜିଲ୍ଲା ସ୍ତରୀୟ ଓ ୪୦ଟି କେନ୍ଦ୍ରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ କେହି ମୋବାଇଲ ଫୋନ୍ ରଖିପାରିବେନି । ସ୍କ୍ୱାଡ ସଦସ୍ୟ ବି ଅଧ୍ୟକ୍ଷକଙ୍କୁ ମୋବାଇଲ ଦେଇ କେନ୍ଦ୍ରକୁ ଯିବେ । ସବୁ ପରୀକ୍ଷା କେନ୍ଦ୍ରରେ ସକାଳ ୭ରୁ ଦିନ ୨ଟା ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ । ପ୍ରତିଦିନ କେନ୍ଦ୍ରକୁ ବିଶୋଧନ କରାଯିବା ସହିତ କୋଭିଡ ନିୟମ ପାଳିବା ବାଧ୍ୟତାମୂଳକ କରାଯାଇଛି ।’ ମାଟ୍ରିକ ସମେଟିକ-୧ ପରୀକ୍ଷାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ‘ସମେଟିଭ-୧ ପରୀକ୍ଷା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବ ଓ ଠିକ୍ ସମୟରେ ସରିବ । ପ୍ରଥମରଥର ପରୀକ୍ଷା ହେଉଥିବାରୁ ପିଲାମାନେ ଗୁରୁତ୍ୱ ଉପଲବ୍ଧି କରିଛନ୍ତି । ଏହା ଏକ ନୂଆ ଫର୍ମୁଲା, ଯାହାକି ପିଲାମାନଙ୍କ କ୍ୟାରିଅରରେ ସହାୟକ ହେବ ।

Breaking News