ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି ସରକାର । ପରୀକ୍ଷଫଳ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଫର୍ମାଟରେ ସ୍କୁଲ ନାମ, ନମ୍ବର ଓ ରୋଲ ନମ୍ବର ଆଦି ତଥ୍ୟ ଉଲ୍ଲେଖ କରିବେ । ଏଥିସହ ଦଶମ ଟେଷ୍ଟ ଓ ନବମ ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମଗାଯାଇଛି । ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ କରିବାକୁ ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି । ସବୁ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଆସିଛି । ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷାକେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
More Stories
୧୦ ଦ୍ଵୀପରେ ଉଡ଼ିବ ତ୍ରିରଙ୍ଗା…..
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..