ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆ କି ଏନ୍ଡିଏ ସହ କରିବନି ମେଣ୍ଟ। ଆଗାମୀ ଲୋକସଭା ନିର୍ବାଚନରେ ଏକା ଚାଲିବ ହାତୀ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ମାୟାବାତୀ ଜନ୍ମଦିନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିସହ ସମାଜବାଦୀ ପାର୍ଟି ଓ ବିଜେପିକୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଏକା ଲଢ଼ିବାକୁ ଘୋଷଣା କରିଛନ୍ତି ମାୟାବାତୀ। କୌଣସି ଦଳ ସହ ମେଣ୍ଟ କଲେ ତାଙ୍କୁ ନିର୍ବାଚନରେ କ୍ଷତି ସହିବାକୁ ପଡିବ। ମେଣ୍ଟ କଲେ ଲାଭ କମ୍ ଅଧିକ କ୍ଷତି ହୁଏ। ଭୋଟ୍ ପ୍ରତିଶତ ମଧ୍ୟ କମିଯାଏଁ। ଅନ୍ୟ ଦଳ ଲାଭବାନ ହୁଅନ୍ତି। ତେଣୁ ଅଧିକାଂଶ ଦଳ ବିଏସ୍ପି ସହ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଆମ ଦଳ ଏକା ନିର୍ବାଚନ ଲଢ଼ିବ। ଆଉ ଭଲ ଫଳାଫଳ ମଧ୍ୟ ଆଣିବ। ଆମେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ କାରଣ ଏହାର ସର୍ବୋଚ୍ଚ ନେତୃତ୍ୱ ଜଣେ ଦଳିତଙ୍କ ହାତରେ ରହିଛି। ମଞ୍ଚ ଗଠନ କରି ବିଏସପିର ସମ୍ପୂର୍ଣ୍ଣ ଭୋଟ୍ ମିଳିତ ଦଳକୁ ଯାଇଥିବାବେଳେ ସେମାନଙ୍କର ଭୋଟ୍, ବିଶେଷକରି କାଷ୍ଟ ଭୋଟ୍ ବିଏସପିକୁ ଯାଏ ନାହିଁ ବୋଲି ମାୟାବତୀ ଅଭିଯୋଗ ଆଣିଛନ୍ତି।





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..