ରିପୋର୍ଟ କାର୍ଡ / ରାୟଗଡା
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବତୀ ସଦର ଥାନା ତୁମ୍ବିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୭ ତାରିଖରେ ଅସୁସ୍ଥତା ଯୋଗୁ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଜ୍ୱର ଓ ପାଟିରେ ଘା’ ହୋଇଥିବା ଯୋଗୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୪ଟା ସମୟରେ ପରିସ୍ରା ଯିବା ବାହାନାରେ ସେ ବାଥରୁମ୍ ଯାଇଥିଲେ ଓ ବାଥରୁମ୍ ଝରକାରୁ ସେ ତଳକୁ ଡେଇଁ ପଡ଼ିଥିଲେ। କେଉଁ କାରଣ ପାଇଁ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..