Report Card Odisha

| Daily Odia News

ମେହୁଲ ଚୋକସୀକୁ ବେଲ୍ ଦେବାକୁ ମନାକଲେ ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଳାତକ ମେହୁଲ ଚୋକସୀକୁ ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ବେଲ୍ ଦେବାକୁ ମନା କରି ଦେଇଛନ୍ତି । ନିକଟରେ ଆଣ୍ଟିଗୁଆରୁ ନିଖୋଜ ହୋଇଥିବା ଚୋକସୀ ଡୋମିନିକାରୁ ଧରାପଡ଼ିଥିଲା । ବେଆଇନ୍ ଭାବରେ ପ୍ରବେଶ ଅଭିଯୋଗରେ ମେହୁଲ ଚୋକସୀକୁ ଗିରଫ କରାଯାଇଛି । ଏହି ଗତକାଲି ମାମାଲର ଶୁଣାଣି ଥିଲା । ଚୋକସୀକୁ ଜାମିନ ଦେବାକୁ ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟ ମନା କରି ଦେଇଛନ୍ତି । ଚୋକସୀଙ୍କ ଓକିଲ୍ ବିଜୟ ଅଗ୍ରଓ୍ୱାଲ କହିଛନ୍ତି, ଜାମିନ ପାଇଁ ସେମାନେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଗତକାଲି ଶୁଣାଣି ବେଳେ ହ୍ୱିଲ୍ ଚେୟାରରେ ବସି ହାଜର ହୋଇଥିଲା ମେହୁଲ୍ ଚୋକସୀ । ଡୋମିନିକାରୁ ଗିରଫ ପରେ ଚୋକସୀକୁ ଭାରତ ପ୍ରତ୍ୟର୍ପଣ ନେଇ ଦାବି କରିଛି ଓଡ଼ିଶା । ଏଦିଗରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଆବଶ୍ୟକ କାଗଜପତ୍ର ବି ଡୋମିନିକା ସରକାରଙ୍କୁ ପ୍ରଦାନ କରାଯାଇଛି । ସିବିଆଇର ଏକ ଟିମ୍ ଡୋମିନିକା ଯାଇଛି । ଗତକାଲି ଶୁଣାଣି ବେଳେ ଡୋମିନିକା ସରକାର ମେହୁଲ ଚୋକସୀକୁ ଭାରତକୁ ହସ୍ତାନ୍ତର କରାଯିବା ଦରକାର ବୋଲି କୋର୍ଟଙ୍କୁ କହିଥିଲେ ।

Breaking News