Report Card Odisha

| Daily Odia News

ଗାଁକୁ କରୋନା ମୁକ୍ତ କଲେ ମିଳିବ ୫୦ ଲକ୍ଷ ପୁରସ୍କାର…..

ରିପୋର୍ଟ କାର୍ଡ / ମୁମ୍ବାଇ

ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ସହର ତଳୁନାରେ ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗାଁକୁ କରୋନା ମୁକ୍ତ କଲେ ୫୦ ଲକ୍ଷ ତାଙ୍କର ପୁରସ୍କାର ମିଳିବ। ସଂକ୍ରମଙ୍କୁ ରୋକିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ଏଭଳି ସ୍ୱାଗତଯୋଗ୍ୟ ପଦକ୍ଷପ ନେଇଛନ୍ତି । ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବାକୁ ମହାରାଷ୍ଟ୍ର ସରକାର ବୁଧବାର ଦିନ ‘କରୋନା ମୁକ୍ତ ଗ୍ରାମ’ ପ୍ରତିଯୋଗିତା ଘୋଷଣା କରିଛନ୍ତି । ଏହା ପ୍ରତିଯୋଗିତା ଅଧୀନରେ ପ୍ରଥମ ପୁରସ୍କାର ୫୦ ଲକ୍ଷ ଟଙ୍କା, ଦ୍ୱିତୀୟ ବିଜେତା ୨୫ ଲକ୍ଷ ଏବଂ ତୃତୀୟ ବିଜେତା ଗାଁଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବ । ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକ୍ରମଣ ରୋକିବାକୁ କେତେକ ଗ୍ରାମ ଦ୍ୱାରା କରାଯାଇଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ‘ ମୋ ଗାଁ କରୋନା ମୁକ୍ତ’ ପ୍ରତିଯୋଗିତା ଘୋଷଣା କରିଥିଲେ। ‘ମୋ ଗାଁ କରୋନା ମୁକ୍ତ’ ପ୍ରତିଯୋଗିତା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଭାଇରସ ବିରୋଧୀ ଅଭିଯାନର ଏକ ଅଂଶ ବୋଲି କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁସରିଫ । ଏହି ପ୍ରତିଯୋଗିତା ଅଧୀନରେ ତିନିଟି ଗ୍ରାମ ପଞ୍ଚାୟତଙ୍କୁ ପୁରସ୍କାର ପ୍ରଦାନ କରାଯିବ, ଯେଉଁମାନେ କରୋନା ମୁକାବିଲା କରିବା ପାଇଁ ଭଲ କାମ କରିଥିବେ ।

Breaking News