Report Card Odisha

| Daily Odia News

ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାବତରଣ କରିଛନ୍ତି | ପବିତ୍ର ଖ୍ରୀଷ୍ଟମାସ କୁ ସାରା ବିଶ୍ୱରେ ପାଳନ କରାଯାଉଛି। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଥିବା ପ୍ରଭୁ ଯୀଶୁଙ୍କ ପାଇଁ ବିଭିନ୍ନ ଚର୍ଚ୍ଚରେ ପ୍ରାର୍ଥନା କରାଯାଉଛି। ଚର୍ଚ୍ଚ ପରିସରକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି। ରଙ୍ଗ ବେରଙ୍ଗର ରଙ୍ଗୀନ ଲାଇଟ୍ ସହ ଖ୍ରୀଷ୍ଟମାସ-ଟ୍ରିକୁ ସୁନ୍ଦର ଭାବେ ସଜାଯାଇଛି। ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ସବୁ ଚର୍ଚ୍ଚରେ ସମବେତ ପ୍ରାର୍ଥନା ସହ କ୍ୟାରୋଲର ଆୟୋଜନ ହୋଇଥିଲା। ଭାଟିକାନ୍ ସିଟିରେ ପ୍ରଭୁ ଯୀଶୁଙ୍କ ଜନ୍ମଗ୍ରହଣ ଉତ୍ସବକୁ ଧୁମ୍ ଧାମ୍ ରେ ପାଳନ ହୋଇଛି। ବିଶ୍ୱର କୋଣ ଅନୁକୋଣରୁ ଯୋଗ ଦେଇଥିବା ଖ୍ରୀଷ୍ଟ ଧର୍ମାବଳମ୍ବୀ ମାନେ ପ୍ରଭୁ ଯୀଶୁଙ୍କ ଅଲୌକିକ ମହିମାକୁ ଅନୁଭବ କରିଛନ୍ତି।

Breaking News