ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୦୨୨ରେ ୱେବ୍ ବ୍ରାଉଜର ଇଣ୍ଟରନେଟ୍ ଏକ୍ସପ୍ଲୋରର ବନ୍ଦ ହୋଇଯିବ। ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ୨୦୨୧ ଜୁନରେ ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଏକ ରିପୋର୍ଟରେ କୁହାଯାଇଛି। କିନ୍ତୁ ଏବେ ମାଇକ୍ରୋସଫ୍ଟ ନିଜେ ଏ ସମ୍ପର୍କରେ ଘୋଷଣା କରିବା ସହିତ ୨୫ ବର୍ଷ ପୁରୁଣା ଏହି ୱେବ୍ ବ୍ରାଉଜରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ୱେବ୍ ବ୍ରାଉଜର ଆଜିର ସମୟରେ ଅନ୍ୟ ବ୍ରାଉଜର ସାମ୍ନାରେ ତିଷ୍ଠିବା କଷ୍ଟକର ହୋଇପଡ଼ୁଛି। ୨୦୦୩ରେ ମାଇକ୍ରୋସଫ୍ଟର ଏହି ୱେବ ବ୍ରାଉଜର ଶୀର୍ଷରେ ରହିଥିଲା । ଇଣ୍ଟରନେଟ୍ ଏକ୍ସପ୍ଲୋରର ଯେତେବେଳେ ଲଞ୍ଚ ହୋଇଥିଲା, ସେତେବେଳେ କମ୍ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ। ଇଣ୍ଟରନେଟ୍ରେ କାମ କରିବାରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ବ୍ରାଉଜର ବଜାରକୁ ଆସିବା ପରେ ଲୋକଙ୍କୁ ୱେବସାଇଟ୍ରେ କାମ କରିବା ସହଜ ହେଲା, ଯେଉଁଥିପାଇଁ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଲା। ପୋଲିସକୁ ରେକର୍ଡ ରଖିବାରେ, ଛାତ୍ରଙ୍କ ନିକଟରେ ଅଧ୍ୟୟନ ସାମଗ୍ରୀ ପହଞ୍ଚାଇବା ଭଳି କାର୍ଯ୍ୟରେ ଏହା ବଡ଼ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ବନ୍ଦ ହେବାର କାରଣ- ମାଇକ୍ରୋସଫ୍ଟର ଇଣ୍ଟରନେଟ ଏକ୍ସପ୍ଲୋରର ବିଶ୍ଵର ସମସ୍ତ କମ୍ପ୍ୟୁଟର ଏବଂ ଲାପଟପରେ ପୂର୍ବରୁ ସଂସ୍ଥାପିତ ହୋଇଥାଏ। କିନ୍ତୁ କ୍ରୋମ ଏବଂ ମୋଜିଲା ଫାୟାରଫକ୍ସ ନିୟମିତ ଭାବେ ନିଜକୁ ଅପଡେଟ୍ କରିଚାଲିଲେ। କିଛି କିଛି ନୂଆ ବିଶେଷତ୍ଵ ଆଣିଲେ, ଯେଉଁଥିପାଇଁ ଲୋକମାନଙ୍କ ନିକଟରେ ଏଗୁଡ଼ିକ ଅଧିକ ଆଦୃତ ହେଲେ। ଆଜିର ସମୟରେ ପ୍ରାୟ ୬୬% ଟ୍ରାଫିକ କ୍ରୋମ ବ୍ରାଉଜରରୁ ଆସିଥାଏ। କ୍ରୋମରେ ଗୁଗଲ ଅନୁବାଦ ସମେତ ଅନେକ ବିଶେଷତ୍ଵ ରହିଛି। ଯେଉଁଥିପାଇଁ ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଏବେ ଇଣ୍ଟରନେଟ ଏକ୍ସପ୍ଲୋରର ଇତିହାସ ହେବାକୁ ଯାଉଛି।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..