ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଖର୍ଚ୍ଚ ହେବ । ଖାଲି ସେତିକି ନୁହେଁ, ପିଲାଙ୍କୁ ସ୍କୁଲରେ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମଧ୍ୟ ମିଳିବ । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ବିଦ୍ୟାଳୟରେ ଅଣ୍ଡା ଦିଆଯିବ । ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମିଳିବ । ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ । ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ପିଲାମାନଙ୍କୁ ଏହା ପ୍ରଦାନ କରାଯିବ ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….