ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି | ସେଠାରେ ଗୁଳିବିନିମୟ ଜାରି ରହିଛି । ସୂଚନା ମିଳିଛି କି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଯେଉଁ କୋଠାରେ ଆତଙ୍କବାଦୀ ଲୁଚି ରହିଛନ୍ତି, ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଶ୍ରୀନଗର-ଜମ୍ମୁ ହାଇୱେରେ ଯାତାୟାତ ପୁରା ଠପ ହୋଇଯାଇଛି । ସୂଚନା ଅନୁସାରେ- ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ କାଜିଗୁଣ୍ଡରେ ଜମ୍ମୁ-ଶ୍ରୀନଗର ହାଇୱେରେ ଗୁରୁବାର ଅପରାହ୍ନ ପରେ ଆତଙ୍କବାଦୀମାନେ ବିଏସଏଫଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ଏକ ଦୋକ ।ନ ମଧ୍ୟରେ ଲୁଚି ପୁଣି ଗୁଳିଚାଳନା କରିଥିଲେ । ଏଥିରେ ଜଣେ ସିଆରପିଏଫ ଯବାନ, ଜଣେ ସେନାର ଯବାନ ଓ ୨ ନାଗରିକଙ୍କ ଦେହରେ ଗୁଳି ବାଜିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ।
Discussion about this post