ରିପୋର୍ଟ କାର୍ଡ / ପାରାଦ୍ବୀପ
ପାରାଦୀପ ସମୁଦ୍ରରୁ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ମାଛଟି କୌଣସି କାରଣରୁ ମୃତ୍ୟୁ ହୋଇଥିବାରୁ ତାକୁ ପୁନର୍ବାର ସମୁଦ୍ରକୁ ଫିଙ୍ଗି ଦେଇଛନ୍ତି ମତ୍ସ୍ୟଜୀବୀ । ସୂଚନାଯୋଗ୍ୟ ଯେ, ପାରାଦୀପରେ ଏକ ମାଛଧରା ଟ୍ରଲର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଜାଲରେ ଏହି ବିରଳ ମୃତ ମାଛଟି ପଡିଥିଲା । ତେବେ ଏହି ମାଛଟିର ଲମ୍ବ ଟ୍ରଲର ଭଳି ହୋଇଥିବା ବେଳେ ଟ୍ରଲର ଉପରକୁ ଉଠାଇବାକୁ ବଡ କଷ୍ଟକର ହୋଇ ପଡିଥିଲା। ତେବେ ଏହି ବିରଳ ମାଛଟି କୌଣସି କାରଣରୁ ମୃତ୍ୟୁ ହୋଇଥିବାରୁ ଅନ୍ୟ ଏକ ଟ୍ରଲର ସାହାଯ୍ୟରେ ପୁନର୍ବାର ସମୁଦ୍ରକୁ ଫିଙ୍ଗି ଦିଆଯାଇଛି । ତେବେ ଟ୍ରଲର ଲମ୍ବା ୪୨ଫୁଟ୍ ହୋଇଥିବା ବେଳେ ଏହି ମାଛଟିର ଲମ୍ବ ପ୍ରାୟ ୩୦ଫୁଟରୁ ଉର୍ଦ୍ଧ୍ବ ହୋଇଥିବାରୁ ତାକୁ ଟ୍ରଲରରେ ଆଣିବା ବଡ କଷ୍ଟକର ହୋଇ ପଡିଥିଲା। ତେବେ ଏହା ଏକ ବିରଳ ପ୍ରଜାତିର ‘ଶିଶୁ ମଗର’ ମାଛ ବୋଲି ଜଣାପଡିଛି।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..