ରିପୋର୍ଟ କାର୍ଡ / ପାରାଦ୍ବୀପ
ପାରାଦୀପ ସମୁଦ୍ରରୁ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ମାଛଟି କୌଣସି କାରଣରୁ ମୃତ୍ୟୁ ହୋଇଥିବାରୁ ତାକୁ ପୁନର୍ବାର ସମୁଦ୍ରକୁ ଫିଙ୍ଗି ଦେଇଛନ୍ତି ମତ୍ସ୍ୟଜୀବୀ । ସୂଚନାଯୋଗ୍ୟ ଯେ, ପାରାଦୀପରେ ଏକ ମାଛଧରା ଟ୍ରଲର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଜାଲରେ ଏହି ବିରଳ ମୃତ ମାଛଟି ପଡିଥିଲା । ତେବେ ଏହି ମାଛଟିର ଲମ୍ବ ଟ୍ରଲର ଭଳି ହୋଇଥିବା ବେଳେ ଟ୍ରଲର ଉପରକୁ ଉଠାଇବାକୁ ବଡ କଷ୍ଟକର ହୋଇ ପଡିଥିଲା। ତେବେ ଏହି ବିରଳ ମାଛଟି କୌଣସି କାରଣରୁ ମୃତ୍ୟୁ ହୋଇଥିବାରୁ ଅନ୍ୟ ଏକ ଟ୍ରଲର ସାହାଯ୍ୟରେ ପୁନର୍ବାର ସମୁଦ୍ରକୁ ଫିଙ୍ଗି ଦିଆଯାଇଛି । ତେବେ ଟ୍ରଲର ଲମ୍ବା ୪୨ଫୁଟ୍ ହୋଇଥିବା ବେଳେ ଏହି ମାଛଟିର ଲମ୍ବ ପ୍ରାୟ ୩୦ଫୁଟରୁ ଉର୍ଦ୍ଧ୍ବ ହୋଇଥିବାରୁ ତାକୁ ଟ୍ରଲରରେ ଆଣିବା ବଡ କଷ୍ଟକର ହୋଇ ପଡିଥିଲା। ତେବେ ଏହା ଏକ ବିରଳ ପ୍ରଜାତିର ‘ଶିଶୁ ମଗର’ ମାଛ ବୋଲି ଜଣାପଡିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ନୂଆରୂପରେ ଲୋକସେବା ଭବନ, ବିଧାନସଭା…..