Report Card Odisha

| Daily Odia News

ମୋ ବସ୍’ରେ ଯାତ୍ରା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର……

ରିପୋର୍ଟ କାର୍ଡ / ଭୁବନେଶ୍ବର

‘ମୋ ବସ୍’ରେ ଯାତ୍ରା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ‘ମୋ ବସ୍’ରେ କରିଛନ୍ତି ଯାତ୍ରା। ତାଙ୍କ ସହ ସଚିବ ଅରୁଣ ବୋଥ୍ରା । ଏହି ଯାତ୍ରା ସମୟରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ଟିକେଟ କାଟିଛନ୍ତି। ଏଥିସହ ସେ ଲୋକଙ୍କ ସହ ସୁବିଧା ଅସୁବିଧା ବି ବୁଝିଛନ୍ତି। ଉକ୍ତ ବସ୍ ରେ ଭିଡ଼ଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଏଭଳି ବସ୍ ଯାତ୍ରାକୁ ନେଇ ଯାତ୍ରୀମାନେ ପ୍ରଶଂସା କରିଛନ୍ତି। ଏଣେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଯାତ୍ରୀଙ୍କ ମତାମତ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି। ତେଣେ ଅରୁଣ ବୋଥ୍ରା କହିଛନ୍ତି, ମୋ କ୍ୟାରିଅରରେ ପ୍ରଥମ ଥର ଜଣେ କ୍ୟାବିନେଟ୍ ମନ୍ତ୍ରୀ ବସ୍ ରେ ଯାତ୍ରା କରୁଥିବା ଦେଖୁଛି। ଏହାଦ୍ବାରା ଆମକୁ ଅଧିକ ଉତ୍ସାହ ମିଳୁଛି। ଖୁବ୍ ଶୀଘ୍ର ୪୦୦ ପ୍ରଧାନମନ୍ତ୍ରୀଙ୍କ ଇ-ବସ୍ ଚାଲିବ।

Breaking News