ରିପୋର୍ଟ କାର୍ଡ / କଟକ
ଗୁଡ଼ି ଉଡ଼ାଉ ଉଡ଼ାଉ ମୁକୁଳା ଡ୍ରେନରେ ପଡ଼ି ୯ ବର୍ଷର ଶିଶୁ ମୃତ୍ୟୁ ହୋଇଛି । ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏପରି ଘଟଣା ଗତକାଲି କଟକରେ ଘଟିଛି । ସୂଚନା ଅନୁସାରେ- ଗତକାଲି ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା। ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..