Report Card Odisha

| Daily Odia News

୩ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟାକଲା ନାବାଳକ…..

ରିପୋର୍ଟ କାର୍ଡ / ଭଦ୍ରକ

ଦୁଇ ଦିନରେ ୧୪ ବର୍ଷୀୟ ନାବାଳକ ଅତି ବୀଭତ୍ସ ଭାବେ ୩ ଜଣଙ୍କୁ ହତ୍ୟାକରିଛି । ପ୍ରଥମେ ନିଜ ଆଈକୁ ମାରି ଫୋପାଡ଼ି ଦେଇଥିବା ନାତି ପରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ। ଗତକାଲି ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ହତ୍ୟା ଘଟଣାକୁ ନାବାଳକଜଣକ ପୋଲିସ ସମ୍ମୁଖରେ ସ୍ୱୀକାର କରିଥିବା ବେଳେ ଏହା ପୂର୍ବରୁ ନିଜ ଆଈ ମା’ଙ୍କୁ ବି ହତ୍ୟା କରିଥିବା କହିଛି । ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗତକାଲି ରାଇମଣି ଗାଁ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା। ନାବାଳକଜଣକ ମହିଳାଙ୍କୁ ବଳାତ୍କାର କରୁଥିବା ବେଳେ ଛୋଟ ଛୁଆଟି ଦେଖିଦେବାରୁ, ଛୁଆଟିକୁ ହାଣି ଜୀବନ ନେଇଥିଲା ହତ୍ୟାକାରୀ । ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ଲୋକଙ୍କୁ ଦେଖି ନାବାଳକଙ୍କ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ଲୋକେ ତାକୁ ଗୋଡେଇ ଗୋଡ଼ାଇ ଧରି ପୋଲିସରେ ଜିମା ଦେଇଥିଲେ। ଏହାପରେ ନାବାଳକଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂରରୁ ପୋଲିସ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଅଭିଯୁକ୍ତ ନାବାଳକଙ୍କ ଆଇ ସୁମତି ମୁଣ୍ଡାଙ୍କର ବୋଲି ଜଣା ପଡିଛି । ଟଙ୍କା ନ ଦେବାରୁ ନାବାଳକଜଣକ ଉତ୍ତ୍ୟକ୍ତ ହୋଇ ନିଜ ଆଇ ବେକକୁ ଶାଢ଼ୀରେ ଗୁଡାଇ ହତ୍ୟା କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନାବାଳକଙ୍କ ସହ ଆଈଙ୍କୁ ଲୋକେ ଦୁଇ ଦିନ ପୂର୍ବରୁ ଦେଖିଥିଲେ । ତେବେ ନାବାଳକଜଣକ କ’ଣ ପାଇଁ ନିଜ ଆଈଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ କ’ଣ ପାଇଁ ନାବାଳକ ଏପରି ୩ଟି ହତ୍ୟାକାଣ୍ଡ ଘଟାଇଲେ ତାହାର ତଦନ୍ତ ଆରମ୍ଭ କରିଛି।

Breaking News