ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ନାବାଳିକା ଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କଲା ଓଡ଼ିଶା ପୋଲିସ। ନାବାଳିକାଟି ଝାଡ଼ଖଣ୍ଡର ହୋଇଥିବାରୁ ମାମଲାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏ ନେଇ ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଝାଡ଼ଖଣ୍ଡ ପୋଲିସକୁ ମଧ୍ୟ ଓଡ଼ିଶା ପୋଲିସ ଯୋଗାଯୋଗ କରିଛି। ଭୁବନେଶ୍ୱରରେ ଏକ ସେକ୍ସ ରାକେଟରେ ନାବାଳିକାକୁ ସାମିଲ କରାଯାଇଥିଲା। ତେଣୁ ରାଜ୍ୟ ବାହାରୁ ନାବାଳିକାକୁ ଆଣି ଏଭଳି କାରବାରରେ ନିୟୋଜିତ କିଏ କରିଥିଲା ତାହାର ଖୋଳତାଡ଼ କରାଯାଉଛି। ଘଟଣାକୁ ମନିଟର କରିବା ପାଇଁ ୪ ମହିଳା ଡିଏସପିଙ୍କୁ ବିଭିନ୍ନ ଦିଗରେ ତଦନ୍ତ ପାଇଁ ଦାୟିତ୍ବ ଦିଆଯାଇଛି। ଏ ନେଇ ପୋଲିସ ପକ୍ଷରୁ ଏକ ସିଜ କରାଯାଇଛି। ଯେଉଁ କାରରେ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଦଲାଲ ଛାଡୁଥିବା ପୋଲିସ ପ୍ରମାଣ ସଂଗ୍ରହ କରିଛି।






More Stories
ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..