ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଉତ୍ତର କୋରିଆ ପୁଣି ଥରେ ଜାପାନ ସାଗରରେ ମିସାଇଲ ପରୀକ୍ଷଣ କରିଛି । ସକାଳେ ଏହି ପରୀକ୍ଷଣ କିମ୍ ଜଙ୍ଗ୍ କରିରଥିବା ସୂଚନା ମିଳିଛି । ଏହା ହେଉଛି ଉତ୍ତର କୋରିଆ ଦ୍ୱାରା ଚଳିତ ବର୍ଷର କରାଯାଇଥିବା ଷଷ୍ଠ ମିସାଇଲ ଟେଷ୍ଟିଂ । ପୂର୍ବରୁ ଜାନୁଆରୀ ୧୧ ଓ ୧୭ରେ କିମ୍ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିଥିଲେ। ମିଡିଆ ରିପୋର୍ଟ ଅନୁସାରେ, ଦକ୍ଷିଣ କୋରିଆ ଓ ଆମେରିକାର ଗୁଇନ୍ଦା ଅଧିକାରୀ ଏହି ପରୀକ୍ଷଣ ଉପରେ ବିଶ୍ଲେଷଣ କରିଛନ୍ତି ।ଏହାପୂର୍ବରୁ ମଧ୍ୟ କିମ୍ ଜଙ୍ଗ୍ ଅନେକ ମିସାଇଲ ପରୀକ୍ଷଣ କରିଥିଲେ । ଜାନୁଆରୀ ୫ରେ ଏହାକୁ ହାଇପରସୋନିକ ମିସାଇଲ କହି ଟେଷ୍ଟିଂ କରିଥିଲା ଉତ୍ତର କୋରିଆ । କିନ୍ତୁ ଦକ୍ଷିଣ କୋରିଆ ଏହାକୁ ଖାରଜ କରିଥିଲା । ଉତ୍ତର କୋରିଆର ଶକ୍ତି ବୃଦ୍ଧି ମଧ୍ୟରେ ଆମେରିକା ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୟୁଏନକୁ ଅନୁରୋଧ କରିଥିଲା । କିନ୍ତୁ ଚୀନ ଓ ଋଷ ଆମେରିକାର ପ୍ରୟାସକୁ ରୋକି ଦେଇଥିଲେ । ଏପରି ଭାବେ ବାରମ୍ବାର ମିସାଇଲ ପରୀକ୍ଷଣ କରି ଉତ୍ତର କୋରିଆ ଆମେରିକାକୁ ଖୋଲା ଚେତାବନୀ ଦେଉଛି । ଆମେରିକା ମଧ୍ୟ ଉତ୍ତର କୋରିଆ ଉପରେ ନିରନ୍ତର ଚାପ ପ୍ରୟୋଗ ସହ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରୟାସ କରୁଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….