Report Card Odisha

| Daily Odia News

ମିଶନ ଶକ୍ତି ମହିଳାକରିବେ କ୍ୟାନ୍ସର ରୋଗ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସରକାର ମିଶନ ଶକ୍ତି ମହିଳାମାନଙ୍କୁ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ବାଣ୍ଟିଛନ୍ତି। ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ସହିତ କର୍କଟ ରୋଗ ପାଇଁ ଅନେକ ଚିକିତ୍ସା ଉପଲବ୍ଧ । ତୁମର ଚିକିତ୍ସା ତୁମର କର୍କଟ ରୋଗର ପ୍ରକାର, କର୍କଟ ରୋଗର ପର୍ଯ୍ୟାୟ, ତୁମର ସାମ୍ପ୍ରତିକ ସ୍ୱାସ୍ଥ୍ୟ ସ୍ଥିତି ଏବଂ କେଉଁ ପ୍ରକାର ଚିକିତ୍ସା ତୁମ ପାଇଁ ସର୍ବୋତ୍ତମ ତାହା ଉପରେ ନିର୍ଭର କରେ । କର୍କଟ ରୋଗରୁ ମୁକ୍ତ କରିବା ଏବଂ ସାଧାରଣ ଜୀବନଯାପନ କରିବାରେ ସାହାଯ୍ୟ କରିବା ରେ ସବୁଠାରୁ ମୁଖ୍ୟ ଭୂମିକା ହେଉଛି ସଠିକ ସମୟରେ ଏହାକୁ ଚିହ୍ନଟ କରିବା । ଏବେ ଏହି ଏସଏଚଜି ମହିଳା ମାନେ କର୍କଟ ରୋଗୀ ଚିହ୍ନିବା ସହିତ ତାଙ୍କୁ ସଚେତନ ଆଉ ଅନ୍ୟ ସବୁ ଦାୟୀତ୍ୱ ମଧ୍ୟ ପରିବହନ କରିବେ । ଯାହ ଦ୍ୱାରା ରାଜ୍ୟରେ କର୍କଟ ରୋଗୀ ଚିହ୍ନଟ ହେବାରେ ଏହା ସହାୟକ ହେବ ବୋଲି ସୂଚନା ମିଳିଛି । ସୂଚନାମୁତାବକ ପ୍ରତି ଜିଲ୍ଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯିବ । ସେମାନେ ସେହି ଲୋକମାନଙ୍କୁ ଚିହ୍ନଟ କରିବେ ଯାହାଙ୍କ ପାଖରେ କୌଣସି କର୍କଟ ଲକ୍ଷଣ ଦେଖା ଦେଉଛି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେବାରେ ମଧ୍ୟ ସେମାନେ ସାହାର୍ଯ୍ୟ କରିବେ । ସଚେତନା ଅଭାବରୁ ଲୋକମାନେ ଏହି ମାରତ୍ମକ ରୋଗକୁ ଚିହ୍ନି ପାରୁ ନାହାଁନ୍ତି । ଏହା ସହିତ ତାଙ୍କର ଜୀବନ ମଧ୍ୟ ଯାଉଛି । ତେଣୁ ଏହି କ୍ଷେତ୍ରରେ ମିଶନ ଶକ୍ତି ମହିଳା ମାନେ ଏକ ସାରଥୀ ଭାବେ କାର୍ଯ୍ୟ କରିବେ । ଲୋକଙ୍କୁ ସଚେତନ କରାଇବେ ତାଙ୍କର ରୋଗ ଚିହ୍ନଟ କରିବା ସହିତ ତାଙ୍କୁ ଚିକିତ୍ସା ପରେ ମଧ୍ୟ ସାହାର୍ଯ୍ୟ ଯୋଗାଇବେ । ଏହା ସହିତ ଏହି ଗୋଷ୍ଠୀ ଚିକିତ୍ସିତ ହେଉଥିବା ମହିଳା ମାନଙ୍କ ମନୋବଳ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବେ ବୋଲି ସୂଚନା ରହିଛି ।

 

Breaking News