Report Card Odisha

| Daily Odia News

ବିଦ୍ରୋହୀ ବିଧାୟକଙ୍କୁ ସନ୍ଧ୍ୟା ୫ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସରକାର ସଙ୍କଟରେ ପଡ଼ିବା ପରେ ମଧ୍ୟାହ୍ନ ୧ ରେ କ୍ୟାବିନେଟ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କ୍ୟାବିନେଟ ବେଠକ ସମାପ୍ତ ହେବା ପରେ ଶିବସେନା ମସସ୍ତ ବିଧାୟକଙ୍କୁ ହ୍ୱୀପ୍ ଜାରି କରିଛି । ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ସରକାରୀ ବାସଭବନ ବର୍ଷାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ଭିତରେ ଯଦି କୌଣସି ବିଧାୟକ ନପହଞ୍ଚନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା କିମ୍ବା ସରକାର ଭଙ୍ଗ ନେଇ କୌଣସି ପ୍ରସ୍ତାବ ଆସିନାହିଁ । ଏହା ସହିତ ବୈଠକ ଶେଷରେ ଉଦ୍ଧବ ଏହା ମଧ୍ୟ କହିଥିଲେ ଯେ ଆଗକୁ କ’ଣ ହେଉଛି ଦେଖାଯିବ । ତେବେ ଏହି ବେଠକରେ ୮ ମନ୍ତ୍ରୀ ସାମିଲ ହୋଇନଥିବା ସୂଚନା ମିଳିଛି ।

 

Breaking News