ରିପୋର୍ଟ କାର୍ଡ / ପୁରୀ
ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର। ଜ୍ବରରେ ଥିବା ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଆସନ୍ତାକାଲି ଅମାବାସ୍ୟା। ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। କାଲି ମଧ୍ୟ ନେତ୍ରୋତ୍ସବ । ଭକ୍ତମୟ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପରିମାଣିକ ଟିକେଟ କାଟିଥିବା ଭକ୍ତମାନେ ଭିତରକାଠ ଦର୍ଶନ ପାଇବେ। ସାହାଣମେଲା ଦର୍ଶନ ମଧ୍ୟ ରହିଛି। ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକ୍ଡ୍ରିଲ୍ କରାଯାଉଛି। ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି। ପୁଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଏହି ଡେମୋ କାର୍ଯ୍ୟକ୍ରମ କରାଯାଉଛି। ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ୱିତୀୟ ରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଏ ଅବିକଳ ସେହିଭଳି ତିନିରଥକୁ ପୁଲିସ ବାହିନି ଟାଣି ଡେମୋ ପ୍ରଦର୍ଶିତ କରିଛନ୍ତି ।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……