ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫଟୋ ଶୁଟ୍ କରାଇବା ପାଇଁ ଆସି ଗଣଦୁଷ୍କର୍ମର ଶିକାର ହେଲେ ମଡେଲ । ଏହିଭଳି ଘଟଣା ଘଟିଛି କେରଳରେ । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ମଡେଲଙ୍କ ଅଭିଯୋଗ ଅନୁସାରେ- ତାଙ୍କୁ ଡ୍ରିଙ୍କସ୍ ରେ କିଛି ମିଶାଇ ପିଇବାକୁ ଦେଇଥିଲେ। ଯାହାପରେ ସେ ବେହୋସ୍ ହୋଇ ଯାଇଥିଲେ । ଆଉ ଏହାପରେ ତିନି ଦିନ ଧରି ତାଙ୍କ ସହିତ ଗଣଦୁଷ୍କର୍ମ କରାଗଲା । ଏହି ଘଟଣାରେ ତିନି ଜଣ ସଂପୃକ୍ତ ରହିଛନ୍ତି । ମଡେଲଙ୍କ ସହିତ ଏଭଳି ଘଟଣା ଘଟିଛି ଏକ ଲଜ୍ ରେ । ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତାଙ୍କ ସହିତ ଉକ୍ତ ଲଜ୍ ରେ ଦୁଷ୍କର୍ମ କରାଯାଇଥିଲା । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଦୁଷ୍କର୍ମ ବେଳର ଭିଡିଓ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରିଛନ୍ତି । ଭିଡିଓଟିକୁ ଲିକ୍ କରିବା ନେଇ ମଧ୍ୟ ଧମକ ଦେଇଛନ୍ତି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନେ । ପୋଲିସ୍ କହିଛି ଯେ, ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଦୁଇଜଣଙ୍କୁ ଏବେ ପୋଲିସ୍ ଖୋଜୁଛି । ସେମାନେ ନିଶା ପଦାର୍ଥ ଦେଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡୁଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….