ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦଳ ବିରୋଧୀ କାର୍ଯ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । ପ୍ରଫୁଲ୍ଲ କଂଗ୍ରେସର ଟାଣୁଆ ଆଦିବାସୀ ନେତା ଥିଲେ । ସେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀରରୁ ୩ ଥର ବିଧାୟକ ଥିଲେ । ତେବେ ପ୍ରଫୁଲ୍ଲ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ । ତଳସରା ନିର୍ବାଚନମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ ପ୍ରଫୁଲ୍ଲ ମାଝୀ । ୨୦୦୬ରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୨୦୦୬ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ତଳସରାରୁ ବିଜୟୀ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇଙ୍କଠାରୁ ହାରିଯାଇଥିଲେ ପ୍ରଫୁଲ୍ଲ ମାଝୀ । କଂଗ୍ରସର ଟାଣୁଆ ଆଦିବାସୀ ନେତା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡିବା ପରେ ପ୍ରଫୁଲ୍ଲ ମାଝୀଙ୍କୁ ଦଳରୁ ବହିଷ୍କୃତ କରିବା ଦଳ ପାଇଁ ବଡ କ୍ଷତି ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….
ଭୁବନେଶ୍ୱରରେ ରାଷ୍ଟ୍ରପତି…..