Report Card Odisha

| Daily Odia News

ଭାରତର ଅନେକ ବିକାଶ କାର୍ଯ୍ୟରେ ଜାପାନ ସହଯୋଗ କରୁଛି କହିଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀକୁ ଅନ୍ତର୍ଜାତୀୟ ସମ୍ମଳନୀ କେନ୍ଦ୍ର ‘ରୁଦ୍ରାକ୍ଷ’ ଭେଟି ଦେଇଛନ୍ତି ।ସେଠାରେ ପ୍ରଧାନମନ୍ତ୍ରୀ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରୋଜେକ୍ଟର ଶିଳାନ୍ୟାସ ଏବଂ ଲୋକାପର୍ଣ କରିଛନ୍ତି । କନଭେନସନ୍‌ ସେଣ୍ଟର ଉଦଘାଟନ ପରେ ମୋଦୀ କହିଛନ୍ତି ଦୀର୍ଘ ସମୟ ପରେ ମୋତେ ଏଠାକୁ ଆସିବାକୁ ସୁଯୋଗ ମିଳିଛି । ଏହି ସେଣ୍ଟର କଳା ଓ ସଂସ୍କୃତିର ବଡ଼ କେନ୍ଦ୍ର ହେବ। ରୁଦ୍ରାକ୍ଷ ଦ୍ବାରା କାଶୀର ସୌନ୍ଦର୍ଯ୍ୟ ବଢ଼ିଛି। କାଶୀର ପ୍ରତିଭାକୁ ଏହା ଏକ ମଞ୍ଚ ଦେବ। ଏଠାରେ ଏବେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ବୋଲି ସେ କହିଛନ୍ତି। ପିଏମ ମୋଦୀ କହିଛନ୍ତି, ରୁଦ୍ରାକ୍ଷ କାଶୀର ପ୍ରାଚୀନ ରୂପକୁ ଆଧୁନିକ ରଙ୍ଗ ଦେଇଛି। ବାବାଙ୍କ ନଗରୀ ସେମିତିରେ କେବେ ଥକି ନାହିଁ କି ରୋକିଯାଇନାହିଁ। କାଶୀ ଏହି କଥା ପୁଣି ଥରେ ସାବ୍ୟସ୍ତ କରିଛି। ଜାପାନ ସହାୟତାରେ କାଶୀରେ ରୁଦ୍ରାକ୍ଷ ନିର୍ମାଣ ହୋଇଥିବାରୁ ଜାପାନର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଶୀର ରୁଦ୍ରାକ୍ଷ ଭଳି ଗୁଜୁରାଟରେ ଜାପାନୀ ଜେନ ଗାର୍ଡେନ ଉଦଘାଟନ ହୋଇଥିଲା। ଦେଶର ଅନେକ ବିକାଶ କାର୍ଯ୍ୟରେ ଜାପାନ ସହଯୋଗ କରୁଛି ବୋଲି ମୋଦୀ କହିଛନ୍ତି। ତେବେ ୨୦୧୮ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଝୋ ଆବେଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ରୁଦ୍ରାକ୍ଷର ଶିଳାନ୍ୟାସ କରିଥିଲେ । ଉଦଘାଟନ ସମାରୋହରେ ଜାପାନ ପିଏମ ଭିଡିଓ ମାଧ୍ୟମରେ ନିଜର ସନ୍ଦେଶ ମଧ୍ୟ ଦେଇଛନ୍ତି । ସେପଟେ ଏହି କନଭେନସନ୍‌ ସେଣ୍ଟର ଦ୍ବାରା ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତ୍ବର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।

Breaking News