ରିପୋର୍ଟ କାର୍ଡ / କୋଲକାତା
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲେଖିଛନ୍ତି କି ପଶ୍ଚିମବଙ୍ଗ ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଦିଆଯାଉ ନାହିଁ । ପକ୍ଷପାତିତା ଅଭିଯୋଗ କରି ମମତା ବାନାର୍ଜୀ କହିଛନ୍ତି ଯେ, ବଙ୍ଗଳାକୁ କମ ଟିକା ଦିଆଯାଉଥିବା ବେଳେ ଅନ୍ୟ ରାଜ୍ୟକୁ ଅଧିକ ଟିକା ଦିଆଯାଉଛି। ପଶ୍ଚିମବଙ୍ଗର ନବାନ୍ନାଠାରେ ଏହି ଚିଠି ବିଷୟରେ କରି ବାନାର୍ଜୀ କହିଛନ୍ତି ଯେ, ଆମକୁ ୧୪ କୋଟି ଟିକା ଆବଶ୍ୟକ କିନ୍ତୁ ଆମକୁ ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁନାହିଁ। ଆମକୁ କେବଳ ୨.୧୨ କୋଟି ଟିକା ମିଳିଛି। ଆମେ ନିଜେ ୧୮ ଲକ୍ଷ ଟିକା କିଣିଛୁ। ଏଥି ସହ ମମତା ବାନାର୍ଜୀ କହିଛନ୍ତି ଯେ, କୋଭିଡ କାରଣରୁ ନିର୍ବାଚନ ପରେ ମୁଁ ଦିଲ୍ଲୀ ଯାଇପାରି ନାହିଁ। ଏବେ କୋଭିଡ ସ୍ଥିତି ଭଲ ଅଛି, ସଂସଦ ଚାଲିଥିବାବେଳେ ମୁଁ ଥରେ ଦିଲ୍ଲୀ ଯାଏ। ମୋତେ ଏହା ଭଲ ଲାଗେ, ମୁଁ ଲୋକଙ୍କୁ ଭେଟିଥାଏ। ତାଙ୍କ ଦିଲ୍ଲୀ ଗସ୍ତରେ ସେ ନେତାମାନଙ୍କୁ ଭେଟିବେ, ଏହା ବ୍ୟତୀତ ଯଦି ସମୟ ଅନୁମତି ଦିଏ ତେବେ ସେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବେ ବୋଲି ମମତା ବାନାର୍ଜୀ କହିଛନ୍ତି |






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..