ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଦି ସରକାରଙ୍କର ଯଦି ଦମ ଅଛି ତାହେଲେ ତାଲିବାନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରନ୍ତୁ। ଯୁଏପିଏ ତାଲିକାରେ ତାଲିବାନକୁ ସାମିଲ କରନ୍ତୁ। ଅଲ ଇଣ୍ଡିଆ ମଜଲିସ ଏ ଇତ୍ତେହାଦୁଲ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ତାଲିବାନକୁ ନେଇ ବିଜେପି -କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜକରି ଏହା କହିଛନ୍ତି । ସେ ପାଟନାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବଜା ପରେ ପାକିସ୍ତାନ ଓ ଚୀନ ମଜବୁତ ହେବ। ଏହା ଭାରତ ପାଇଁ ଚିନ୍ତାର ବିଷୟ। ଓୱେସୀ କହିଛନ୍ତି, ଉତ୍ତର ପ୍ରଦେଶରେ ୧୦୦ ଆସନରେ ଲଢ଼ିବାକୁ ତାଙ୍କ ଦଳ ପ୍ରସ୍ତୁତ ହେଉଛି। ଏବେ ମେଣ୍ଟ ନିର୍ଣ୍ଣୟ ହୋଇନି। ମୁଖତାର ଅନସାରୀ, ଅତୀକ ଅହମଦଙ୍କୁ ଟିକେଟ ଦେବା ପ୍ରଶ୍ନକୁ ସେ କହିଛନ୍ତି ଯେ ଜେଡିୟୁ ଓ ବିଜେପିକୁ କାହିଁକି ପ୍ରଶ୍ନ କରୁନାହାନ୍ତି। ପ୍ରଜ୍ଞା ଠାକୁର ସଫା ଅଛନ୍ତି କି ? ଜେଡିୟୁର କେତେ ସାଂସଦଙ୍କ ଉପରେ ଅପରାଧିକ ମାମଲା ରହିଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ କହିଛନ୍ତି ଯେ ସେ ମିଛ କୁହନ୍ତି। ବିହାରର ଦୁଇଟି ଆସନ ପାଇଁ ହେବାକୁଥିବା ଉପନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ କିଛି ନିଷ୍ପତ୍ତି ହୋଇନାହିଁ। ସିମାଞ୍ଚଳ ବାହାରେ ମଧ୍ୟ ଦଳ ବିସ୍ତାର ହେବ। ଦଳ ବିସ୍ତାର ହେଉଛି।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..