ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ନାଏକ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ପ୍ରଦୀପ୍ତ ନାଏକଙ୍କ ପତ୍ନୀ ପ୍ରମିଳା ନାଏକଙ୍କ ସହ ହୋଇ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି। ସେ କିପରି ଅଛନ୍ତି ସେ ନେଇ କଥା ହୋଇଛନ୍ତି ମୋଦି। ସେହିପରି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରଲୋକଙ୍କ ସହ ବି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ସ୍ବାସ୍ଥ୍ୟବସ୍ଥା ବି ପଚାରି ବୁଝିଛନ୍ତି। ଉଭୟଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଗତକାଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଆଲୋଚନା କରାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଯୋଗ୍ୟକି- ଶ୍ରୀ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଏପ୍ରିଲ୍ ୨୦ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଏପ୍ରିଲ୍ ୨୬ ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ତାଙ୍କ ଅବସ୍ଥା ଖରାପ ହେବାରୁ ସେ ଗୁରୁତର ଥିବା ଜଣାଯାଇଛି ।
More Stories
କଂଗ୍ରେସକୁ ଫେରିବା ନେଇ ଇସାରା ଦେଲେ ପ୍ରଫୁଲ୍ଲ!……
ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର….
୪୪ ଓଏଏସ୍ ଅଫିସରଙ୍କ ବଦଳି…..